DELHI ODIA STUDENTS' ASSOCIATION

                INTRODUCTION

Delhi Odia Students' Association (DOSA) is a student based organization which includes students studying in various universities across the NCR region. Here in DOSA, we celebrate various festivals and Utkal Diwas in order to bring the Odia Community together and showcase the rich cultural heritage of our state. We are also involved in student activities like providing scholarship to the meritorious and deserving candidates, blood donation camps and solving other student related issues. 

ଦିଲ୍ଲୀ ଓଡିଆ ଛାତ୍ର ସଂଘ ଏକ   ଛାତ୍ରଛାତ୍ରୀଭିତ୍ତିକ ଅନୁଷ୍ଠାନ , ଯେଉଁ ମାନେ ଦିଲ୍ଲୀ NCR ରେ ରହି ବର୍ତ୍ତମାନ ବିଦ୍ୟାର୍ଜନ କରୁଛନ୍ତି। ଏଠାରେ ଆମେ ବିଭିନ୍ନ ପ୍ରକାର ଓଡ଼ିଆ ସାଂସ୍କୃତିକ ପର୍ବପର୍ବାଣୀ ପାଳନ କରୁ ଯାହାଦ୍ଵାରା ଆମେ ନ କେବଳ ଆମର ଐତିହ୍ୟ, ସଂସ୍କୃତି ଓ ପରଂପରାକୁ ବଜାୟ ରଖୁ , ତାହା ବ୍ୟତୀତ ଆମେ  ଅନ୍ୟ ଅଣଓଡ଼ିଆ ଦର୍ଶକଙ୍କ ମଧ୍ୟରେ ଏହାର ପ୍ରସାରଣ କରୁ। କେବଳ ଏତିକି ନୁହେଁ, ଆମେ ଅନେକ ଛାତ୍ରହିତ୍ୟୈଷୀ କାର୍ଯ୍ୟ ମଧ୍ୟ କରୁ ଯେପରି ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ, ରକ୍ତଦାନ ଶିବିର ଆୟୋଜନ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଓ ଏହିପରି ଅନେକ କିଛି!!

                     PURPOSE

Delhi Odia Students' Association (DOSA) was established with the aim of upholding the pride of Odia culture and supporting the stranded students in Delhi. We aspire to provide financial, emotional and social aid to the odia youth in Delhi, to save them from the sufferings and be their family. 

“A good community insures itself by trust, by good faith and good will, by mutual help.”                                                                                        -Wendell Berry

We work for humanity and to promote integrity, propagating the values given in our constitution and appropriated by our morality.

ଦିଲ୍ଲୀ ଓଡିଆ ଛାତ୍ର ସଂଘ ଗଠନ ର ମୂଳ ଲକ୍ଷ୍ୟ ଥିଲା ଓଡ଼ିଶାର ଐତିହ୍ୟ, ସଂସ୍କୃତି, ଭାଷା ଓ ପରଂପରାକୁ ବଜାୟ ରଖିବା ସହ ସହାୟତା ଆବଶ୍ୟକ କରୁଥିବା ଛାତ୍ରଛାତ୍ରୀଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବା। ଆମେ ଦିଲ୍ଲୀ ରେ ବାସ କରୁଥିବା ଛାତ୍ରଛାତ୍ରୀଙ୍କୁ ସର୍ବଦା ଏକ ପରିବାରର ହୃଦୟଙ୍ଗମ କରି ଆର୍ଥିକ, ମାନସିକ ଓ ସାମାଜିକ ସାହାଯ୍ୟ ପ୍ରଦାନ କରିବାକୁ ସଦୈବ ତତ୍ପର ରହୁ।

"ଜାତି ନନ୍ଦିଘୋଷ ଚଳିବ କି ଭାଇ

      ସ୍ଵାର୍ଥକୁ ସାରଥି କଲେ 

ଟାଣେ କିରେ ଗାଡ଼ି ଦାନାର ତୋବଡ଼ା 

      ଘୋଡ଼ା ମୁହେଁ ବନ୍ଧା ଥିଲେ "

   (ଉତ୍କଳ ଗୌରବ ମଧୁସୂଦନ ଦାସ)

ଏହି ମହାମନିଷୀ ଙ୍କ ଉକ୍ତି କୁ ପାଥେୟ କରି ଆମେ ନିଃସ୍ଵାର୍ଥପର ସେବାଭାବରେ ମାନବ କଲ୍ୟାଣ, ସାମ୍ବିଧାନିକ ମୂଲ୍ୟବୋଧର ପ୍ରଚାର ପ୍ରସାର ଓ ଓଡ଼ିଆ ଜାତି ତଥା ସମଗ୍ର ଦେଶର ଉତ୍ଥାନ ପାଇଁ କାର୍ଯ୍ୟ କରିବାକୁ ଆମେ ଅଙ୍ଗୀକାରବଦ୍ଧ।



Be The Part of  DOSA :

Saraswati Puja 2023