About

Journey

Since our establishment in 1970, both our organization and our influence have expanded rapidly. With more than 600 members now, up from the league's early 50 or so members, DOSA represents a wide range of viewpoints and life experiences. Our members have developed, guided and supported some of the most significant decisions throughout the years, starting with aiding students in obtaining admission and settling in Delhi to take part in a variety of festivals, among many other things.

Starting from the cheap rented hostel in North Campus to finally getting online Odia AECC classes started in Delhi University, we have come a long way. In the era of remoteness and ambiguity (during 1980s and 1990s) DOSA started off as a network of connectivity and never looked back. We confronted the crisis that COVID brought and made it our strength. For the first half of 2021, we operated virtually while we observed holidays, engaged in discussions and debates, and offered support to anyone in need. We subsequently transitioned to a physical approach and doggedly pursued the same objectives. In less than seven months after reopening of colleges, we've welcomed more than 100 new members, which has inspired us and raised the bar for what we can accomplish. We anticipate further activities that will be beneficial to us.

୧୯୭୦ ମସିହାରେ ରେ ସଂଗଠନର ପ୍ରତିଷ୍ଠା ପରଠାରୁ ଆମ ପ୍ରଭାବ ଅତି ତୀବ୍ର ଗତିରେ ବିସ୍ତାର ଲାଭ କରିଛି।  ପ୍ରଥମେ ୫୦ଜଣ ସଦସ୍ୟଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ସଂଘର ସଦସ୍ୟ ସଂଖ୍ୟା ବର୍ତ୍ତମାନ ୬୦୦ ରୁ ଉର୍ଦ୍ଧ୍ବ । ଆଜି DOSA ସମସ୍ତ ସଦସ୍ୟଙ୍କ ବ୍ୟାପକ ଚିନ୍ତାଧାରା ଓ ଜୀବନାନୁଭବ ଦ୍ବାରା ସମୃଦ୍ଧ ଓ ଗର୍ବିତ। ଆମର ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପରେ ଆମ୍ଭ ସାଥୀମାନଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରାର ଗହନ ପ୍ରଭାବ ରହିଛି। ସେ ଛାତ୍ରଛାତ୍ରୀମାନଙ୍କୁ ବିଶ୍ବବିଦ୍ୟାଳୟରେ ନାମଲେଖାରେ ସହାୟତା କରିବା ହେଉ କିମ୍ବା ସେମାନଙ୍କୁ ଦିଲ୍ଲୀରେ  ଥଇଥାନ କରାଇବା ପାଇଁ ସାହାଯ୍ୟ କରିବା, ଆମ୍ଭ ସଂଗଠନ ଏଥିରେ ସର୍ବଦା ଆଗରେ!!

ଛାତ୍ରଛାତ୍ରୀମାନଙ୍କୁ କମ୍ ମୂଲ୍ୟରେ ଛାତ୍ରାବାସ ଯୋଗାଇ ଦେବା ଠାରୁ ଆରମ୍ଭ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅନ୍ ଲାଇନ୍ AECC ଓଡ଼ିଆ କାଳାଂଶ ଆରମ୍ଭ କରିବା ପର୍ଯ୍ୟନ୍ତ DOSA ର ଯାତ୍ରା ଅନେକ ସଫଳତା ମଣ୍ଡନ କରିଛି। ୧୯୮୦ ଓ ୯୦ ଦଶକର ଯୋଗାଯୋଗ ର ସୀମିତ ସଂସାଧନ ମଧ୍ୟରେ ମଧ୍ୟ DOSA ନିଜକୁ ଯୋଗାଯୋଗ ର ଏକ ଅଦ୍ୱିତୀୟ ମାଧ୍ୟମ ରୂପେ ପ୍ରତିଷ୍ଠା କରିଥିଲା ଓ ତାପରେ ପଛକୁ ଫେରି କେବେ ଚାହିଁ ନାହିଁ ! ଆମେ କୋଭିଡ୍ - ୧୯ ମହାମାରୀ ର ସଫଳ ମୁକାବିଲା କଲୁ ଓ ଏହି ସମୟର ଶିକ୍ଷାଲାଭକୁ ସ୍ୱଶକ୍ତିରେ ପରିବର୍ତ୍ତନ କଲୁ। ୨୦୨୧ ମସିହାର ପ୍ରଥମ ଷଣ୍ମାସରେ ଆମେ ଆମର ସମସ୍ତ କାର୍ଯ୍ୟ ଅନ୍ ଲାଇନ୍ ଜାରି ରଖିଲୁ । ଆମେ ଅନ୍ ଲାଇନ୍ ରହି ମଧ୍ୟ ସମଉତ୍ସାହରେ ସମସ୍ତ ଛୁଟି ଦିନ ପାଳନ କରିବା ସହ  ବିଭିନ୍ନ ବିଷୟରେ ଆମ୍ଭ ବିସ୍ତୃତ ଆଲୋଚନାଚକ୍ର ଓ ଛାତ୍ରଛାତ୍ରୀମାନଙ୍କୁ ଯଥାସାଧ୍ୟ ସାହାଯ୍ୟ ଜାରି ରଖିଥିଲୁ। ପରବର୍ତ୍ତୀ ପର୍ଯ୍ୟାୟରେ ଅଫ୍ ଲାଇନ୍ ଶିକ୍ଷା ଦାନ ଆରମ୍ଭ ହେବାପରେ ଆମେ ଚିରାଚରିତ ଭାବେ କାର୍ଯ୍ୟ କରିବା ପ୍ରାରମ୍ଭ କଲୁ। ବିଶ୍ବବିଦ୍ୟାଳୟ ପୁନଃ ଖୋଲିବାର ୭ ମାସ ମଧ୍ୟରେ ଆମେ ୧୦୦ ରୁ ଉର୍ଦ୍ଧ୍ବ ନୂତନ ସଦସ୍ୟଙ୍କୁ ସ୍ବାଗତ କରିଛୁ, ଯେଉଁ ମାନେ ଆମ୍ଭ ପ୍ରେରଣାର ସ୍ରୋତ ଓ ଆମ୍ଭ ସଫଳତାର ମାନଦଣ୍ଡ। ଆମେ ଏହିପରି ଆମ୍ଭ ଜନହିତୈଷୀ କାର୍ଯ୍ୟକୁ ଜାରି ରଖିବାକୁ ସଂକଳ୍ପବଦ୍ଧ।

LANG FEST 2023

The Intellects and The Adikabi Sarla Das Chair of JNU together organised it in the School of Languages, Literature and Culture Studies . The Delhi Odia Student Association was invited to join the session and we're also awarded for their work to preserve the Odia Culture and values.

ଦ ଇନ୍ଟେଲେକ୍ଟସ୍ ଓ ଆଦିକବି ସାରଳା ଦାସ ଚେୟାର JNU ତରଫରୁ ଭାଷା, ସାହିତ୍ୟ ଓ ସଂସ୍କୃତି ଶିକ୍ଷା ଅନୁଷ୍ଠାନ ଠାରେ ଆୟୋଜିତ ଏହି ଉତ୍ସବରେ DOSA କୁ ଏହାର ଓଡ଼ିଆ ସାହିତ୍ୟ, ସଂସ୍କୃତି, ପରଂପରା ଓ ଭାଷା ର ସରଂକ୍ଷଣ ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଓ ନିଃସ୍ଵାର୍ଥପର ସେବାପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।

ONLINE AEC ODIA CLASSES

The University of Delhi had given a notice that the students studying out in the 1st year of graduation can opt for language in their Ability Enhancement Course and DOSA formed applications for the students and mailed the details to the Honorable Vice Chancellor and the Dean of Colleges of the University of Delhi and finally as a result of that the Online Classes for the students started on 23rd January under Ms. Rudrani Mohanty ( Assistant Professor, Central University of Odisha).

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ର ସୂଚନା ଅନୁଯାୟୀ ନୂତନ ଶିକ୍ଷା ନୀତି ୨୦୨୨ ଅନୁଯାୟୀ କୌଣସି ମଧ୍ୟ ଭାରତୀୟ ଭାଷା ଶିକ୍ଷା କରିବାପାଇଁ ମୁକ୍ତ ଓ ଏଥିପାଇଁ ଶିକ୍ଷକ ନିଯୁକ୍ତି କରିବା ବିଶ୍ୱବିଦ୍ୟାଳୟ ର କର୍ତ୍ତବ୍ୟ। କିନ୍ତୁ ଓଡ଼ିଆ ଭାଷା ର କାଳାଂଶ ଆରମ୍ଭ ହେବାରେ ବିଳମ୍ୱ ହେବାରୁ DOSA ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାରେ ସାହାଯ୍ୟ କଲା ଓ ସେମାନଙ୍କ ପକ୍ଷରୁ ମାନନୀୟ ଉପ କୁଳପତି ଓ ମାନନୀୟ ଡିନ୍ ମହୋଦୟଙ୍କୁ ଦାବିପତ୍ର ପ୍ରଦାନ କରିଥିଲା। DOSA ଓ ଛାତ୍ରଛାତ୍ରୀମାନଙ୍କ ନିରନ୍ତର ପ୍ରୟାସ ଫଳରେ ୨୩ ଜାନୁଆରୀ ଠାରୁ ଶ୍ରୀମତୀ ରୁଦ୍ରାଣୀ ମହାନ୍ତି (ସହ ଅଧ୍ୟାପିକା, କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ, ଓଡ଼ିଶା) ଙ୍କ ତତ୍ତ୍ୱାବଧାନରେ ଅନ୍ ଲାଇନ୍ ଓଡ଼ିଆ କାଳାଂଶ ପ୍ରାରମ୍ଭ ହେଲା।