Events
Upcoming Event
Will be Updated Soon ...
Recent Happenings
Ganesh Puja
ଦିଲ୍ଲୀ ରେ ଉପସ୍ଥିତ ବିଭିନ୍ନ ଓଡ଼ିଆ ଙ୍କ ଏକ ଛୋଟ ପରିବାର ଦିଲ୍ଲୀ ଓଡ଼ିଆ ଛାତ୍ର ସଂଗଠନ ଆଜି ଏଠାରେ ସ୍ଥିତ ଗାନ୍ଧୀ ଭବନ, ନର୍ଥ କ୍ୟାମ୍ପସ ଠାରେ ଅତି ଆଡ଼ମ୍ବର ସହିତ ଗଣେଶ ଉତ୍ସବ ପାଳନ କରିଛନ୍ତି । ଭାଦ୍ରବ ମାସ, ଶୁକ୍ଳ ପକ୍ଷ ର ତିଥି ଅନୁଯାୟୀ ବକ୍ରତୁଣ୍ଡ ଙ୍କ ଜନ୍ମଦିବସ ରେ ୪୦୦ ରୁ ଉର୍ଦ୍ଧ୍ବ ଓଡ଼ିଆ ଏବଂ ଅଣ ଓଡ଼ିଆ ଛାତ୍ର ଙ୍କ ଗହଣ ରେ ବିଧି ବିଧାନ ସହିତ ଆରାଧନା ଏବଂ ସାଂସ୍କୃତିକ କାର୍ଯକ୍ରମ ଆୟୋଜିତ କରାଯାଇଥିଲା ।
ଉକ୍ତ ଉତ୍ସବ ର ଶୋଭା ବଢ଼ାଇବା ପାଇଁ ଶ୍ରୀଯୁକ୍ତ ବଳରାମ ପାଣି, ମହାବିଦ୍ୟାଳୟ ଡିନ୍; ଶ୍ରୀମତୀ ବିଜୟଲକ୍ଷ୍ମୀ ନନ୍ଦ, ପ୍ରଧାନାଚାର୍ଯ୍ୟ, ମିରାଣ୍ଡା ହାଉସ ତଥା ଅନ୍ୟ ଶିକ୍ଷକ ନିଜର ଅମୂଲ୍ୟ ସମୟ ଦେଇଥିଲେ । ଏହା ସହିତ ଦେବ ଙ୍କ ପ୍ରସାଦ, ଭାତ, ଡାଲମା, ଖଟ୍ଟା ଓ କ୍ଷୀରି ମଧ୍ୟ ବଣ୍ଟନ କରାଯାଇଥିଲା । ଶେଷରେ ସଙ୍ଗଠନ ର ସଭାପତି ମହୋଦୟ ଶକ୍ତି ସଫଲ୍ୟ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯକ୍ରମ କୁ ବିରାମ ଦେଲେ ।
Delhi Odia Students' Association (DOSA) successfully organised Ganesh Puja on the 19th of September 2023, Bhadraba Chaturthi tithi at Gandhi Bhavan, North Campus, University of Delhi. Delhi Odia Students' Association (DOSA) is a student based organization which includes students studying in various universities across the NCR region.
The festival saw a gathering of more than 300 Odia and Non Odia students studying in Delhi-NCR. The gathering became an auspicious moment to reminisce about home and the traditional culture. Odissi, Classical Dances and Sambalpuri music were also performed to encourage the gathering about Odia culture.
The function was graced by the presence of Prof. Balaram Pani, Dean of Colleges, University of Delhi and Prof. Bijayalaxmi Nanda, Principal, Miranda House College. Several other Odia Professors, dignitaries and DOSA alumni had joined the program. Odia delicacies were served as lunch for everyone. Lastly, the event ended with an acknowledgement message by the President Shakti Das, Vice President Aryan Rout and General Secretary Ipsita Behera.
Nuakhai
ମା' ସମଲେଇ ଙ୍କ ଆଶୀର୍ବାଦ ଓ ନବାନ୍ନ ର ସୁଗନ୍ଧ ର ପର୍ବ ଅଟେ ନୂଆଖାଇ । ଓଡ଼ିଶା, ମୁଖ୍ୟତଃ ପଶ୍ଚିମ ଓଡ଼ିଶାର ର ଏକ ଅନନ୍ୟ ପର୍ବ ଅଟେ ଯାହା ନୂତନ ଫସଲ ର ଆଗମନ କୁ ସମ୍ବଲପୁରୀ ଲୋକନୃତ୍ୟ ଓ ଲୋକଙ୍କ ଭେଟ୍-ଘାଟ୍ ରେ ପାଳନ କରାଯାଏ ।
ତା ୨୦ ରିଖ ଦିନ ଦିଲ୍ଲୀ ଓଡ଼ିଆ ଛାତ୍ର ସଂଗଠନ ଦ୍ଵାରା ନୂଆଖାଇ ପର୍ବ କୁ ହଉଜ ଖାସ୍ ଜଗନ୍ନାଥ ମନ୍ଦିରରେ ପାଳନ କରିବା ସହିତ କ୍ଷୀରି ଏବଂ ପୋଡ଼ ପିଠା ମଧ୍ୟ ବଣ୍ଟନ କରାଯାଇଥିଲା । ଉତ୍ସବ ର ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ନିଜ ଧର୍ମପତ୍ନୀ ଙ୍କ ସହିତ ବିରାଜିଥିଲେ । ଦିଲ୍ଲୀ ବିଶ୍ୱବଦ୍ୟାଳୟ ର ଭାଇସ ଚାନ୍ସେଲର ତଥା ବିଭିନ୍ନ ଓଡ଼ିଆ ସାଂସଦ ମଧ୍ୟ ମା' ଙ୍କ ଉତ୍ସବ ରେ ନିଜର ଅମୂଲ୍ୟ ସମୟ ପ୍ରଦାନ କରିଥିଲେ ।
ସମ୍ପୂର୍ଣ୍ଣ ବିଧି ବିଧାନ ଅନୁସାରେ ମନ୍ଦିର ରେ ମା' ସମଲେଶ୍ବରୀ ଙ୍କ ଆରାଧନା କରିସାରି, ଖାଦ୍ୟ ବଣ୍ଟନ କରାଗଲା । ଶେଷରେ ଅପରାହ୍ନ ପ୍ରସାଦ ସେବନ କରି ଉତ୍ସବ ପାଳନା କୁ ଅତ୍ୟନ୍ତ ଶ୍ରଦ୍ଧା ର ସହିତ ଶେଷ କରାଗଲା ।
Jay Maa Samalei!
On the occasion of Nuakhai, Delhi Odisha Students' Association organised a mitha-pitha distribution to reminisce about the sweet memories of home.
On the 20th of September DOSA organized a food drive following the Nabanna puja of Maa Samalei. The mith-pitha distribution was inaugurated by Shri Dharmendra Pradhan, Minister of Education, Skill Development and Entrepreneurship at the Hauz Khas Jagannath temple. Among other guests present were MPs from Odisha and DU VC.
Nuakhai Juhar!
Former Happenings
UTKAL DIWAS 2023
The Foundation day of Odisha
Delhi Odia Students’ Association celebrated Utkal Diwas on 1 April 2023 at Sir Shankar Lal Hall, North Campus with high energy and fervour.
With a series of fun, enriching events lined up for the audience, including Jigyasa- a Quiz Competition on Odisha's history and rich heritage, a panel discussion on ‘Odisha: The Revelation Chapter’ i e., 'ଓଡ଼ିଶା: ଏକ ନବ ଦିଗନ୍ତର ଉନ୍ମେଷ'. Graced by some of the renowned Odia personalities who shared their insights on the theme, the celebration also included the launch of DOSA’s Annual Magazine- 2023 ‘Malancha’, a melange of cultural performances from Odissi to Sambalpuri dance and a song release ( Berangi Jibana ) by DOSA's president- Swetalin Pattanaik followed by a Drama Dance.
To entice the culinary cravings of the audience, DOSA offered a chance to taste authentic Odia Dahibara Aloodum in the evening and Bhata, dalma, khata, kheeri for dinner.
Utkal Diwas of 2023 was indeed a wholesome event to say the least!
ଦିଲ୍ଲୀ ଓଡିଆ ଛାତ୍ର ସଂଗଠନ ଦ୍ଵାରା ଉତ୍କଳ ଦିବସ ସମାରୋହ ହର୍ଷୋଲ୍ଲାସ ଓ ବିପୁଳ ଉତ୍ସାହର ସହ ସଂପନ୍ନ ହୋଇଛି।ଏହି ଦିବସ ଅବସରରେ ଛାତ୍ର ସମାଜ ମଧ୍ୟରେ ଓଡ଼ିଆ ସଂସ୍କୃତି, ସାହିତ୍ୟ, କଳା, ସ୍ଥାପତ୍ୟ ଆଦିରେ ରୁଚି ବର୍ଦ୍ଧନ ନିମନ୍ତେ ଏକ ଦୁଇ ପର୍ଯ୍ୟାୟ ବିଶିଷ୍ଟ କୁଇଜ୍ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା। ଏହାପରେ ଓଡ଼ିଶା- “ଏକ ନବ ଦିଗନ୍ତର ଉନ୍ମେଷ" ବିଷୟରେ ଆଲୋଚନାଚକ୍ର ସଙ୍ଗଠିତ ହୋଇଥିଲା। ବକ୍ତାଗଣଙ୍କ ମଧ୍ୟରେ ଶ୍ରୀଯୁକ୍ତ ଅମର ପଟ୍ଟନାୟକ (ମାନ୍ୟବର ସାଂସଦ ରାଜ୍ୟ ସଭା), ଅମରେନ୍ଦ୍ର ଖଟୁଆ(ଭୂତପୂର୍ବ ଭାରତୀୟ ବୈଦେଶିକ ସେବାଧିକାରୀ) , ବିଜୟଲକ୍ଷ୍ମୀ ନନ୍ଦ (ମାନନୀୟ ଅଧ୍ୟକ୍ଷା, ମିରାଣ୍ଡା ହାଉସ୍) ତଥା ଦେବେନ୍ଦ୍ର ନାଥ ରାଉତ (ଚେୟାର ମ୍ୟାନ୍ ,ଦ ଇନ୍ଟେଲେକ୍ଟସ୍ ) ପ୍ରଧାନ। ଶ୍ରୀ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ ଓ ମାଲ୍ୟାର୍ପଣ ଦ୍ଵାରା ଏହି ଦିବସର ଶୁଭାରମ୍ଭ ହୋଇଥିଲା। ଏହାପରେ "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତର ଗାନ ଓ ସଙ୍ଗଠନର ବାର୍ଷିକ ପତ୍ରିକା “ମାଳଞ୍ଚ" ର ଶୁଭୋନ୍ମୋଚନ କରାଯାଇଥିଲା। ଏତଦ୍ ବ୍ୟତୀତ ମାନ୍ୟବର ଅତିଥି ମାନେ କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଆଲୋଚନାଚକ୍ରରେ ଓଡ଼ିଶାରେ ଗ୍ରାମୀଣ କ୍ଷେତ୍ରର ବିକାଶ, ସ୍ବୟଂ ସହାୟକ ସଂସ୍ଥା ମାନଙ୍କ ବିକାଶରେ ଯୋଗଦାନ, ନାରୀବାଦର କ୍ରମ ବିବର୍ତ୍ତନ ଓ ଅଭ୍ୟୁଦୟ,ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି, ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ତାର ଦୂରଦୃଷ୍ଟି ସମ୍ପନ୍ନ ପ୍ରଭାବ ତଥା ବିକାଶ ଦିଗରେ ଆସୁଥିବା ବିଭିନ୍ନ ପ୍ରତିବନ୍ଧକ ଓ ଏହାର ନିରାକରଣ ନିମିତ୍ତ ସଠିକ୍ ମାର୍ଗ ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା ଓ ଏକ କ୍ଷୁଦ୍ର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାନ୍ଧ୍ୟକାଳର ଜଳପାନ ନିମନ୍ତେ ଦହିବରା ଆଳୁଦମ୍ ପରିବେଷଣ ପରେ ବିଶେଷ ଅତିଥି ଶ୍ରୀଯୁକ୍ତ ଜଗଦୀଶ ଖଡଙ୍ଗାଙ୍କ ଏକ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ। ଏହାପରେ ସଙ୍ଗଠନର ସଭାପତିଙ୍କ ଦ୍ବାରା ଏହାର ବାର୍ଷିକ ବିବରଣୀ ଉପସ୍ଥାପନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶହେ ରୁ ଉର୍ଦ୍ଧ୍ବ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଯୋଗଦାନ ଏହି ଉତ୍ସବ କୁ ଆହୁରି ରମଣୀୟ କରିଥିଲା।ତଦ୍ ପଶ୍ଚାତ୍ ବିଭିନ୍ନ ଓଡ଼ିଶୀ, ସମ୍ବଲପୁରୀ ପରି ସାଂସ୍କୃତିକ ନୃତ୍ୟ ଓ ବିଭିନ୍ନ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ସଙ୍ଗଠନର ସଭାପତି ସୁଶ୍ରୀ ଶ୍ବେତାଲିନ୍ ପଟ୍ଟନାୟକଙ୍କ ଦ୍ବାରା ଏକ ନୂତନ ସଙ୍ଗୀତ “ ବେରଙ୍ଗୀ ଜୀବନ " ର ଉନ୍ମୋଚନ କରାଯାଇଥିଲା ଓ ଏହା ଉପରେ ଏକ ନୃତ୍ୟ ନାଟିକା ମଧ୍ୟ ପରିବେଷିତ ହୋଇଥିଲା। ଶେଷରେ ସଙ୍ଗଠନର ସମ୍ପାଦିକା ସୁଶ୍ରୀ ଶୁଭେଚ୍ଛା ଭାରତୀୟ ସମସ୍ତଙ୍କୁ ଧନ୍ୟବାଦାର୍ପଣ କରିଥିଲେ।ଏହି ମହୋତ୍ସବର ପରିସମାପ୍ତି ଏକ ଶୁଦ୍ଧ ଓଡ଼ିଆ ବ୍ୟଞ୍ଜନର ସେବନ ସହ ହୋଇଥିଲା। ସଙ୍ଗଠନର ସଭାପତି ସୁଶ୍ରୀ ଶ୍ବେତାଲିନ୍ ଙ୍କ ମତରେ ସମସ୍ତ ବାଧାବିଘ୍ନ ସତ୍ତ୍ଵେ ସଙ୍ଗଠନର ସଦସ୍ୟମାନଙ୍କ ପ୍ରୟାସ ଓ ସାଧନାର ଫଳ ସ୍ବରୂପ ଏହି ଉତ୍ସବର ସଫଳ ରୂପାୟନ ସମ୍ଭବପର ହୋଇପାରିଛି।
SARASWATI PUJA 2023
ପ୍ରତି ବର୍ଷ ଭଳି ଚଳିତ ବର୍ଷ ଭଳି ମା ସରସ୍ବତୀଙ୍କ ପୂଜାର୍ଚ୍ଚନା ଅତି ଧୁମ୍ ଧାମରେ ପାଳନ ଗାନ୍ଧୀ ଭବନ ଠାରେ ପାଳନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମହାପାତ୍ର (ଡିଜି, ଭାରତୀୟ ପାଣିପାଗ ଗବେଷଣା ବିଭାଗ), ଶ୍ରୀଯୁକ୍ତ ବ୍ୟାସଦେବ ନାଏକ ( ଭାରତୀୟ ରେଭିନ୍ୟୁ ସେବା ) ଆଦି ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ। ୩୨୦ ରୁ ଉର୍ଦ୍ଧ୍ବ ଓଡ଼ିଆ ଓ ଅଣଓଡ଼ିଆ ଛାତ୍ରଛାତ୍ରୀ ଏହି ଉତ୍ସବରେ ସମ୍ମିଳିତ ହୋଇଥିଲା। ଏହି ଅବସରରେ DOSA ତରଫରୁ ଏକ ଓପନ୍ ମାଇକ୍ ପ୍ରତିଯୋଗିତା "ସୃଜନୀ " ର ଆୟୋଜନ କରାଯାଇଥିଲା।
DONATION DRIVE 2023
DOSA ଚଳିତ ବର୍ଷ NSS (କିରୋଡିମଲ୍ଲ ମହାବିଦ୍ୟାଳୟ) ସହ ସହଭାଗିତାରେ ୨୭ ଜାନୁଆରୀ ୨୦୨୩ ଦିନ ଆବଶ୍ୟକୀୟ ପଠନ ସାମଗ୍ରୀ ୪୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଣ୍ଟନ କରିଥିଲା। DOSA ର ଏହି ଜନହିତ୍ୟୈଷୀ ପଦକ୍ଷେପ ଉଚ୍ଚ ପ୍ରଶଂସିତ ହୋଇଥିଲା ।
UTKAL DIWAS 2022
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ DOSA ହର୍ଷୋଲ୍ଲାସ ସହ ଗାନ୍ଧୀ ଭବନ ଠାରେ ଉତ୍କଳ ଦିବସ ପାଳନ କରିଥିଲା। ଏହି ଉତ୍ସବରେ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ମାନ୍ୟବର ସାଂସଦ, ଲୋକସଭା) , ଶ୍ରୀ ବଳରାମ ପାଣି (ମାନ୍ୟବର ଡିନ୍, ଦିଲ୍ଲୀ ବିଶ୍ୱବିଦ୍ୟାଳୟ) , ଶ୍ରୀ ଅରବିନ୍ଦାକ୍ଷ ମାଧବ ( ଡେପୁଟି ଡାଇରେକ୍ଟର, ଇସ୍କନ ଯୁବା ମୋର୍ଚ୍ଚା) ଆଦି ଯୋଗଦେଇ ଏହାର ଶୋଭା ବର୍ଦ୍ଧନ କରିଥିଲେ। ଏହି ଉତ୍ସବ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରୀତି ଭୋଜ ର ଆୟୋଜନ କରାଯାଇଥିଲା।
RATHA YATRA 2022
୧ମ ଜୁଲାଇ ୨୦୨୨ ରେ ପ୍ରଥମ ଥର ପାଇଁ ଇସ୍କନ ର ସହଭାଗିତା ରେ DOSA ବିଶ୍ୱବିଦ୍ୟାଳୟ ନର୍ଥ କ୍ୟାମ୍ପସରେ ରଥଯାତ୍ରା ର ଆୟୋଜନ କରାଇଥିଲା। ଏହି ଉତ୍ସବରେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଯେପରି ଶ୍ରୀ ବିକାଶ୍ ଗୁପ୍ତା (ରେଜିଷ୍ଟ୍ରାର,ଦିଲ୍ଲୀ ବିଶ୍ୱବିଦ୍ୟାଳୟ), ବିଜୟଲକ୍ଷ୍ମୀ ନନ୍ଦ (ପ୍ରିନ୍ସିପାଲ୍,ମିରାଣ୍ଡା ହାଉସ୍) ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ। ଏହି ରଥଟଣା ବିଶ୍ୱବିଦ୍ୟାଳୟ ମେଟ୍ରୋ ଷ୍ଟେସନ ଠାରୁ ଆରମ୍ଭ ହୋଇ ହଂସରାଜ ମହାବିଦ୍ୟାଳୟ ଠାରେ ଅନ୍ତ ହୋଇଥିଲା।
GANESH PUJA 2022
୩୧ ଅଗଷ୍ଟ ୨୦୨୨ ଦିନ ସିଦ୍ଧି ବିନାୟକଙ୍କ ପୂଜା ଅତି ଆନନ୍ଦୋଲ୍ଲଆସ ସହ ପାଳନ କରାଯାଇଥିଲା। ଏହି ଉତ୍ସବରେ ଶ୍ରୀଯୁକ୍ତ ଅମର ପଟ୍ଟନାୟକ (ମାନ୍ୟବର ସାଂସଦ, ରାଜ୍ୟସଭା) ଯୋଗଦେଇ ଏହାର ଶୋଭା ବର୍ଦ୍ଧନ କରିଥିଲେ। ଏହି ଉତ୍ସବରେ ୩୦୦ ରୁ ଉର୍ଦ୍ଧ୍ବ ଓଡ଼ିଆ ଓ ଅଣଓଡ଼ିଆ ଛାତ୍ର ଛାତ୍ରୀ ଯୋଗଦେଇଥିଲେ।
HAREKRUSHNA MAHATAB TALK
ଏହି କାର୍ଯ୍ୟକ୍ରମ ଇନ୍ଟେଲେକ୍ଟସ୍ ଓ କନଷ୍ଟିଚ୍ୟୁନ୍ କ୍ଲବ ଅଫ୍ ଇଣ୍ଡିଆ ଦ୍ଵାରା ଆୟୋଜିତ ହୋଇଥିଲା। DOSA ର ସଦସ୍ୟମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଏହି ଉତ୍ସବରେ ମାନ୍ୟବର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ ।
NAVEEN PATNAIK MEET
ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିବା ଅବସରରେ DOSA ତରଫରୁ ତାଙ୍କୁ ସସମ୍ମାନ ସମ୍ବର୍ଦ୍ଧିତ କରାଯାଇଥିଲା।
PRABASI ODIA CONCLAVE
ଏହି ଦୁଇ ଦିନବ୍ୟାପୀ କାର୍ଯ୍ୟକ୍ରମ ୨୩ ଡିସେମ୍ବର, ୨୦୨୨ ଠାରୁ ପ୍ରାରମ୍ଭ ହୋଇ ୨୪ ଡିସେମ୍ବର, ୨୦୨୨ ରେ ପରିସମାପ୍ତ ହୋଇଥିଲା । ଏଠାରେ DOSA ସହ ସହଯୋଗୀ ଭାବରେ ସଫଳତାର ସହ କାର୍ଯ୍ୟ କରିଥିଲା। ଏହି ଉତ୍ସବରେ ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନ (ମାନ୍ୟବର ପୂର୍ବତନ ରାଜ୍ୟପାଳ, ଆନ୍ଧ୍ର ପ୍ରଦେଶ) , ଶ୍ରୀ ଦିବ୍ୟସିଂହ ଦେବ (ଗଜପତି ମହାରାଜା, ପୁରୀ) , ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶ୍ରୀ ତାରାପ୍ରସାଦ ବାହିନୀପତି ପ୍ରଭୃତି ଯୋଗଦେଇଥିଲେ। ଏହି ଅବସରରେ DOSA ର କାର୍ଯ୍ୟକୁ ବହୁଳ ପ୍ରଶଂସା କରାଯାଇଥିଲା।
MAKAR SANKRATI CELEBRATION
ଏହି ଉତ୍ସବ ଅବସରରେ ଏକ ଛୋଟ ବନ୍ଧୁ ମିଳନ କାର୍ଯ୍ୟକ୍ରମ DOSA ତରଫରୁ କରାଯାଇଥିଲା।
AMRIT UDYAN VISIT
ରାଷ୍ଟ୍ରପତି ଭବନ ତରଫରୁ ଯେତେବେଳେ ଅମୃତ ଉଦ୍ୟାନ ସାଧାରଣ ଜନତା ପାଇଁ ଉନ୍ମୁକ୍ତ ହେଲା, ସେତେବେଳେ DOSA ତରଫରୁ ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଏହାର ଭ୍ରମଣ କରାଯାଇଥିଲା।
MANY MORE ..........