Blogs

ଓଡ଼ିଶାରେ ପାଳିତ ହେଉଥିବା ଅନେକ ପର୍ବପର୍ବାଣୀ ମଧ୍ୟରେ 'ମାଣବସା ଗୁରୁବାର' ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପରେ ଶୀତ ଋତୁର ମାର୍ଗଶିର ମାସ ସମସ୍ତ ସପ୍ତାହରେ ମାଣବସା ଗୁରୁବାର ପଡ଼ିଥାଏ। ଏହି ପର୍ବ ସବୁବେଳେ ଶୀତଳଷଷ୍ଠୀ ଓ କ୍ଷେତରୁ ଧାନ ଅମଳ ସହ ଜଡ଼ିତ। ଓଡ଼ିଆ ସଂସ୍କୃତି ଏହାକୁ ମା' ଲକ୍ଷ୍ମୀ ଓ ଧାନ ଅମଳର ସମ୍ମାନ ଭାବେ ପାଳନ କରିଥାଏ। ଫସଲ ଅମଳର ଉତ୍ସବ ସହିତ ଏହା ମଧ୍ୟ ଦର୍ଶାଇଥାଏ ଯେ କିପରି ଏକ ଆଦର୍ଶ ଶୀତଋତୁର ନୀତିନିୟମକୁ ଆନ୍ତରିକ ସ୍ୱଚ୍ଛତା ଏବଂ ସୁସ୍ଥତା ସହିତ ପାଳନ କରାଯିବା ଉଚିତ । ଏହା ସୂଚାଇଥାଏ ଯେ, ସ୍ୱଚ୍ଛତା ଏବଂ ସକ୍ରିୟ ପରିବେଶ ଦେବୀ ଲକ୍ଷ୍ମୀଙ୍କ ଦିବ୍ୟ ଆଶୀର୍ବାଦ ଏବଂ ସୌଭାଗ୍ୟକୁ ଆମନ୍ତ୍ରଣ କରିଥାଏ ।

ପୂଜା ସ୍ଥାନ ଠାରେ 'ମାଣ' ନାମକ ଏକ ଛୋଟ ପାରମ୍ପରିକ ବାଉଁଶ ହସ୍ତଶିଳ୍ପ ଚାଉଳ ମାପକ ଉପରେ ଏକ କାଠ ଚୌକିକୁ ଅନ୍ତର୍ଭୁକ୍ତ କରେ, ଯେଉଁଠାରେ ନବକଟା ଧାନକୁ ସୁନ୍ଦର ଭାବେ ବୁଣାଯାଇଥିବା ଧାନମେଣ୍ଟା ସହିତ ରଖାଯାଏ। କାଠ ଚୌକିକୁ ଝୋଟିରେ ସଜା ଯାଇଥାଏ। ଭୋର ସକାଳୁ ବିବାହିତ ଓଡ଼ିଆ ମହିଳାମାନେ ଏହି ପୂଜା ଆରମ୍ଭ କରିଥାନ୍ତି। ଏହି ପୂଜା 'ବାଳ ଧୂପ, 'ମଧ୍ୟାୟଣ ଧୂପ' ଏବଂ 'ସଞ୍ଜ ଧୂପ' ଭଳି ତିନୋଟି ସମୟ କ୍ରମେ ସୂର୍ଯ୍ୟାସ୍ତ ପୂର୍ବରୁ ଶେଷ କରାଯାଏ ।

ମାଣବସା ଗୁରୁବାରର ପରିକଳ୍ପନା ବଳରାମ ଦାସଙ୍କ 'ଲକ୍ଷ୍ମୀ ପୁରାଣ'ରୁ ଆସିଛି, ଯେଉଁଥିରେ ପର୍ବପର୍ବାଣୀ ସମ୍ବନ୍ଧ୍ୟ ସବୁକିଛି ବର୍ଣ୍ଣନା କରାୟାଇଛି । ଏହି ପୂଜା ଓଡ଼ିଆ କ୍ୟାଲେଣ୍ଡରର ମାର୍ଗଶିର ମାସର ପ୍ରତି ଗୁରୁବାର ଦିନ ଅନୁଷ୍ଠିତ ହୋଇଥାଏ ଯାହା ଡିସେମ୍ବରରୁ ଜାନୁଆରୀ ମଧ୍ୟରେ ପଡ଼ିଥାଏ । ଏଥିପାଇଁ ବୁଧବାର ରାତିରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ, ଯେଉଁଠି ପ୍ରତ୍ୟେକ ଓଡ଼ିଆ ଘର ଭଲ ଭାବେ ସଫାସୁତୁରା ହୋଇ, ମଙ୍ଗଳ ଆଳତୀ କରାଯାଇ, ଶୃଙ୍ଗାର କରାଯାଇଥାଏ । ଗୃହର ଆଖପାଖ ଏବଂ ବାରଣ୍ଡା ସଫା କରାଯାଇ ତାହା ଉପରେ ତାଜା ଗୋବର ଓ ଗୋମୂତ୍ର ରେ ଲିପାପୋଛା କରାଯାଏ । ଏହା ଶୁଖିଯିବା ପରେ ଭିଜା କଞ୍ଚା ଚାଉଳର ଏକ ମିଶ୍ରଣ ତିଆରି କରି ଗୃହ ସାରା ବିଭିନ୍ନ ପ୍ରକାର ଝୋଟି ଦିଆଯାଏ ଯେଉଁଥିରେ ବେଙ୍ଗେଇ ଝୋଟି ଅନ୍ୟତମ । ବାରଣ୍ଡା ଏବଂ ଘର ଚଟାଣର ସାଜସଜ୍ଜା ଏହିପରି ପାଦପଦ୍ମ ଚିତା ଏବଂ ଚିହ୍ନ ଦେଇ କରାଯାଇଥାଏ। ଏଥିରେ ମା' ଲକ୍ଷ୍ମୀଙ୍କର ଛୋଟ ପାଦକୁ ପ୍ରବେଶ ଦ୍ୱାର ଆଡ଼କୁ ଆଙ୍କି ଆରୋଗ୍ୟ ଏବଂ ସୌଭାଗ୍ୟକୁ ଆମନ୍ତ୍ରଣ କରାଯାଏ ।

Amongst a plethora of festivities celebrated in Odisha, ‘Manabasa Gurubara’ is one. Manabasa Gurubara falls during the first weeks of winter season after the Holy Kartika Purnima as the Margasira Masa starts. This festival is always associated with winters and harvesting of paddy from fields. The Odia culture celebrates it as an honor to Goddess Lakshmi and the harvest. Not only a harvest festival but this also shows how does an ideal winter routine should be followed with ultimate hygiene and fitness, because it signifies where there's hygiene and active environment it ultimately invites goddess Lakshmi's divine blessings and fortune.

The puja place where the "mana" which includes a wooden chair atop a small traditional young bamboo handcrafted "rice measurer" called Maana is place in which newly harvested rice with husk is kept along a beautifully weaved whole paddy is also placed. The wooden chair is also decorated with jhoti. The puja starts from early morning by the married Odia women.

The Manabasa Gurubara's idea comes from Balaram Das's ‘Lakshmi Purana’ which depicts everything about the festival and maintaining a basic hygiene and active routine for the winter season. Lakshmi Purana is also famous for its depiction of the ‘varna system’ where the Gods come into conflict a devotee from the lower caste. The Puja is held every Thursday of the Margashira month of the Odia Calendar that falls between December to January to an extent. The preparations for the same starts from the Wednesday night where every Odia home is thoroughly cleaned, mopped and gets adorned.

ମହାନଦୀ ତଟରେ ଦେଖି କ୍ଷୁଦ୍ର କ୍ଷୁଦ୍ର କାଗଜଡଙ୍ଗା ସମୂହକୁ,

ମନରେ ଜାଗିଲା ଅଦମ୍ୟ ଉତ୍ସାହ ଓ ଜିଜ୍ଞାସା ।

ପ୍ରବଳତର ହେଲା ଇଚ୍ଛା ଜାଣିବାକୁ ଓ ଭେଦିଯିବାକୁ ଏ ସମୟର ଅନିୟନ୍ତ୍ରିତ ସ୍ରୋତକୁ ।

ପୁଣି ଦେଖିବାକୁ ସେ ଗୌରବ ସମ୍ପନ୍ନ ଉତ୍କଳୀୟ ନୌବାଣିଜ୍ୟର ଇତିହାସକୁ ।।


ଦେଖୁଦେଖୁ ଆଖି ଆଗେ ଝଲସି ଉଠିଲା ଅଗଣିତ ଚିତ୍ରସମୂହର ସମ୍ଭାର,

ଦେଖିଲି ଚିତ୍ର ଉତ୍ସାହୀ ବଣିଜ ପୁଅର ।

ଦେଖୁଚି ବ୍ରାହ୍ମଣର ମନ୍ତ୍ରବାଚନ ଓ କଳିଙ୍ଗ ବଧୂଙ୍କ ଦୀପ ପ୍ରଜ୍ଜ୍ୱଳନ,

ଝଟକି ଉଠୁଚି ନେତ୍ର ପଟଳେ ପୁଣି ମଙ୍ଗଳ ଆରତି ଯେ ଜାଣ ।

ଆକାଶେ ଗୁଞ୍ଜୁଛି ସ୍ୱର ଘଣ୍ଟ ଘଣ୍ଟା ଓ ହୁଳ ହୁଳି ର,

ତା ସାଙ୍ଗକୁ ପାନଗୁଆ ଓ ତିଳକ ଚନ୍ଦନ ଦିଶୁଛି କେଡ଼େ ମନୋହର ।

ଏସବୁ ଦୃଶ୍ୟ ତ ମନମୋହି ନେଲା ।।


କିନ୍ତୁ କେଉଁ ଏକ ଅଜଣା ସ୍ପନ୍ଦନ ପଛକୁ ମୋତେ ଯେ ଡାକିଲା,

ଏ ଅଜଣା ସ୍ପନ୍ଦନର ସନ୍ଧାନେ ଯେବେ ମୁହିଁ ବାହାରିଲି,

ତାକୁ ମୁଁ ସୁସଜ୍ଜିତ ବଧୂଙ୍କ ହୃଦୟେ ପାଇଲି ।

ଏ ସ୍ପନ୍ଦନରେ ଭରିଥିଲା ଆଶା ଓ ଆଶଙ୍କାର ଜୁଆର,

ଦୁଃଖ ଓ ବେଦନା ପୁଣି ପ୍ରିୟତମ ବିଚ୍ଛେଦର ।

ଏ ବିରହ ବେଦନା ଯେ ସେ ପୁଣି କେମିତି ସହିବ,

ମାସମାସ ଧରି ପ୍ରିୟତମର ସ୍ପର୍ଶ ଯେ ନପାଇବ ।

ଏତେ ଭାବନାକୁ ହୃଦେ ଚାପିରଖି ସେ ସ୍ୱାମୀର ଶୁଭ ମନାସୁଛି,

କିନ୍ତୁ ତାର ଛଳଛଳ ଆଖି ସବୁ ଗୋଟିଗୋଟି ଜଣାଉଛି ।

ଓଠ ତାର ସ୍ତବ୍ଧ ଚିନ୍ତମନ କହିଉଠୁଚି,

"ଯାଅ ତମେ ଯେତେ ଦୂର ଜାଣେ ନାହିଁ ମୁହିଁ,

କିନ୍ତୁ ମୋ ହୃଦୟ ଓ ଆତ୍ମା ସଦା ତୁମେହିଁ, ତୁମେହିଁ !"

ପ୍ରିୟତମା ଚକ୍ଷୁରେ ଦେଖି ଅଶ୍ରୁଭାର,

ଅଧିର ହେଲା ହୃଦ ପୁଣି ବଣିଜ ପୁଅର ।

ଚକ୍ଷୁରେ ଚକ୍ଷୁରେ ଦେଖି କଥା ସେ କହିଲା,

"ତୁମେ ଓ ମୁଁ କେବେ ଦୂର ଯେ ହେଲୁ,

ସହସ୍ରକୋଟି ଦୂରେ ଥାଇ ମଧ୍ୟ ମୋ ହୃଦପଲକେ ବାସ ତୁହିତ କରୁ !

ରହିବି ଯଦିଓ ଅନେକ ଦୂରେ ତୁମଠୁ,

କିନ୍ତୁ ମୋର ଉତ୍ପତ୍ତି ତୁମଠୁ, ତୁମଠୁ !"

ମାତା ପାଖେ ଶିଶୁଟିଏ ଛିଡ଼ା ଯେ ହୋଇଛି,

ହେଲେ ଚକ୍ଷୁମଧ୍ୟେ ବାର୍ତ୍ତା ସେ କାହୁଁବା ବୁଝୁଛି ।

ସେ ଯାହା ଶୁଣିଛି ଯେ, ପିତା ଯିବେ ପରଦେଶ ।

ପିତାଙ୍କଠୁ ଶୁଣିଛି ସେ ସଦା ଏହି ବାଣୀ,

ବଣିଜ ପୁଅ ତୁ, ଏ କାମ କରିବୁ ଦିନେ ତୁ ଜାଣି ।

ମନେ ଅଜସ୍ର ଆକାଂକ୍ଷା ନେଇ ସେ ତା ପିତା ପାସେ ଗଲା,

ଯିବା ଆଗୁ କ୍ଷଣେ ତାଙ୍କ କୋଳରେ ବସିଲା ।

ଦେଖୁଦେଖୁ ସେ ଶୁଭ ସମୟର ଆଗମନ ହେଲା,

ନୌକାଟି ନଦୀ ମଧ୍ୟେ ପ୍ରବେଶ କରିଲା ।

ଜଳ ମଧ୍ୟେ ସୁସଜ୍ଜିତ ନୌକା ଚମତ୍କୃତ କଲା,

ରାବଣର ପୁଷ୍ପକ ବି ତା ସାମ୍ନାରେ ଫିକା ଯେ ପଡ଼ିଲା ।

ଧିରେଧିରେ ଏ ଦୃଶ୍ୟ ଚକ୍ଷୁ ଦିଗବଳୟ ଟପିଲା,

ନୌକାଟା ଦେଖୁଦେଖୁ ଅଦୃଶ୍ୟ ହୋଇଲା ।


ଦୃତ ବେଗେ ମନ ମୋର ପୁନଃ ଗତି କଲା,

ବର୍ତ୍ତମାନେ ମୋତେ ନେଇ ପୁନଃ ସ୍ଥାପିଲା ।

ଭାବିବସିଲି ମୁହିଁ ମାନସ ପଟଳରେ,

କେତେ ଯେ ଭାବନା ଥିଲା ସେ ବଣିଜ ମନରେ ।

ପରଦେଶେ ଯାଇ ସେ ଅନ୍ନ ଯେ ଅର୍ଜିବ,

ଆପଣା ଦେଶକୁ ଧନ ଆଣି ସମୃଦ୍ଧ କରିବ ।

ଆଜି କିନ୍ତୁ ତାହା ଇତିହାସ ପାଲଟିଛି,

କିନ୍ତୁ ସେ କର୍ପୂର ଉଡ଼ା କନା ଆଜିବି ପଡ଼ିଛି ।

ସେଥିପାଇଁ ତ ପାଳୁଛେ ଆମ୍ଭେ ବୋଇତ ଉତ୍ସବ,

ଉତ୍କଳୀୟ ନୌବାଣିଜ୍ୟ ଆମ ଦୁର୍ଲଭ ଗୌରବ ।।

The Festival of Lights, celebrated worldwide in various cultures, symbolizes the triumph of light over darkness and good over evil. This vibrant celebration fosters unity, joy, and a sense of community. The dazzling array of lights, traditional rituals, and the exchange of heartfelt wishes create an atmosphere of warmth and positivity. Another significant aspect of Diwali is giving back to the community. Preparations for Diwali start weeks in advance. Homes are thoroughly cleaned and decorated with colourful rangoli, diyas and vibrant flowers. The idea is to create a welcoming and auspicious environment. Families also shop for new clothes, exchange gifts, and add to the festive atmosphere. This spirit of generosity reflects the essence of Diwali, emphasizing compassion and empathy. In Odisha, Diwali is celebrated in the same way as the rest of the world except for one small ritual, called ''Badabadua Daaka or Pimpeli Kathi Daaka or bada badhiya”. According to tradition, the day of Diwali is marked by invoking ancestors and forefathers of one’s family and paying homage to them to receive their blessings.

Later after dusk, all the members of the family gather together and perform puja by lighting a lamp and placing it inside an earthen pot that is tied to a pole erected in front of the house. All the members of a family gather around the Tulsi plant and a puja is conducted wherein the ancestors of the family are offered Bhoga and then the family members burn Pimpell or Kaunriya Kathis (jute sticks) while reciting a prayer. All the members then light a bunch of jute sticks individually from the puja diya and raise it towards the sky accompanied by chanting of the verse: ‘Bad badua he Ganga ja Gaya ja Sripurushottama ja, Andhar re aasi aalua re ja, baisipahache mahaprasada khai gadu gadu thao, amaku amruta drushti re chahin thao' which means "Oh the ancestors! Come in the darkness and return along the lighted path, and keep rolling on the 22 steps of Jagannath Temple and have the offerings while blessing us on your way back". Jagannath Temple plays a unique role in this ritual as this harking of the ancestors to descend from the nether world to bless their descendants on Earth is celebrated grandly in Puri on Diwali evening. People gather in large numbers on the 22 steps of Jagannath Temple and in front of the Singhadwara to offer Shradha to their ancestors and feed Mahaprasad to Brahmins. Besides the rangoli, a mortar, pestle and a plough are also kept and worshipped in certain state regions. It's a time when social bonds strengthen, and differences are set aside. Food plays a crucial role in Diwali celebrations. Elaborate feasts are prepared, featuring a variety of sweets and savoury dishes. Families exchange From pithas to Rasagola and relish some of the most delicious desserts during this festive season. As in other regions, most people prefer to celebrate it in their own homes, though family gatherings are also common. For Diwali in Odisha, houses are brightly lit, with the doors and windows kept open as Lakshmi is supposed to visit every home and you can't afford to leave it dark and abandoned. The spirit of unity and joy permeates the air as neighbourhoods come alive with vibrant lights and decorations. Odisha's rich traditions, historical significance, and emphasis on values like family, charity, and unity make it a truly special occasion. As the lights shimmer and the festivities unfold, Diwali remains a symbol of hope, positivity, and the triumph of good over evil.

I know we all miss home today, warm hugs and Happy Diwali! 

The envelope, once that smelt like joy

Smiling faces and echoes of laughter

Amidst the brighter time of the year,

Is all that I implore now,

Now hidden behind the puffy masks and framed eyes.

My heart sinks into the spiral of confusion

If ever this shift was meant for me.

Friends, pals, mates reuniting with families

And all I see is an empty room with faint noise from the city.

The nightmarish news I had only heard about,

Now demands to be my niche.

But,

My jinxed hopes don't shed tears

Nor shall sabotage the self.

So I briefly open the shutters of self reflection

While my mind weaves a thread of thoughts, the lungs gasp for a clean breath

Anthropocentric man has led pollution to take a toll

To only see nature's vengeance on way.

In the chaos of smog,

Let pollution not etch its tale

Be the unheard weep be timely addressed

Before a time when nothing would suffice. 

Dussehra is one of the most significant and celebrated festivals in India which holds a special place in the hearts of millions of Indians. Although it is a festival associated with diverse legends and cultural practices, Dussehra is celebrated with great pomp and enthusiasm throughout the country. Also known as Vijayadashami, It marks the end of the nine days of Navratri and symbolizes the triumph of good over evil. Dussehra is celebrated on the 10th day of the bright half of Ashwin, the 7th month of the Hindu calendar. This article delves into the various forms of celebration of this festival  in India and more specifically in Odisha.

The triumph of Good over Evil

As the legends tell us, on this day Goddess Durga vanquished the demon Mahisasur who had wreaked chaos all over the world. It is believed that in order to destroy this mighty demon, Goddess Durga was created by an amalgamation of the powers of all Gods. Dussehra also marks the day when Lord Ram destroyed the demon king, Lankapati Ravan. Hence, this auspicious day is recognized as symbolic of the victory of good over evil.

 

The beauty of Odia Festivities

Dussehra is a time for celebration, joy, and togetherness in Odisha. During this time, pandals  are erected across the state, adorned with intricate decorations and housing idols of Goddess Durga. While certain practices performed on this festival appear similar to traditions from other states, certain practices are typically Odia.


The worship of Shakti has been an age-old practice in Odisha, and with time every village and town began the practice of worshipping their Kuladevi on the auspicious day of Dussehra. Another integral traditional practice which takes place in this period is the worship of clay goddesses. Moreover, on the day of Dussehra, people clean the tools associated with their profession and worship them by keeping them in front of the household deity. Vehicles are also cleaned and adorned with garlands and vermillion. Since Dussehra is such a promising festival, many people commence any kind of New beginnings of their lives on this day.

A typical Odia festivity called Khandakhela takes place in some places where people of the Khandayat community engage in traditional Odia style swordplay. Aparajita Puja is also a unique ritual where buds of the Aparajita flower are used. Some people also worship the Shami tree since it has been traditionally considered a symbol of auspiciousness.

A grand Dussehra spectacle held in Cuttack is the famous Ravan Podi which draws people from all over Odisha and beyond. Thousands of spectators gather at the Baliyatra Ground in Cuttack to witness the event. Here, a massive effigy of Ravana is set ablaze. The effigy is typically over 70 feet tall and is filled with firecrackers. The atmosphere turns electrifying as the countdown to the burning begins and once the Ravana effigy is set to fire, clapping and cheering can be heard all around. The fireworks display that follows is truly a mesmerising cacophony of light and sound.  Burning of the effigy of Ravana stands for the destruction of evil and the victory of righteousness. 

Moreover, a number of exciting cultural events and programs also take place here. These encompass traditional dance and music performances, as well as art and crafts exhibitions. People also savour traditional Odia delicacies while enjoying their day to the fullest with their loved ones

 

Dussehra truly reminds us that even in the darkest of times, hope and goodness will always prevail. This age-old celebration fosters unity within various communities and encourages us to uphold the values of morality and courage. It brings along not only exuberant celebrations but also carries deep cultural significance. Ravan Podi and the joyful chants of "Jai Shri Ram" reiterate Dussehra's fundamental message, the triumph of goodness over evil. May these lessons of righteousness perpetually illuminate our lives and motivate us to conquer any darkness that may exist within ourselves.

ଆଶ୍ୱିନ ମାସ,ପାର୍ବଣ ବେଳ

ଚହଟେ ଯେ ମୋର ଏ ସହର

ଦଶହରା ରେ ମା ଜଗତଜନନୀ

ଯେବେ ବିରାଜନ୍ତି ଏଇ ମର୍ତ୍ତ୍ୟ ପୁର।

 

ମାଆଙ୍କର ଏଇ ପାର୍ବଣ ଗତି

ମନରେ ଭରି ଆଶା ଉଲ୍ଲାସର ସନ୍ତତି,

କାଶତଣ୍ଡି ର ସେ ମୋହକ ସ୍ପର୍ଶ

ଉତ୍ତେଜିତ କରେ ସମଗ୍ର ସମୀର।

 

ଶୁକ୍ଳ ପକ୍ଷର ପ୍ରତିପଦା ଦିନୁ

ଆରମ୍ଭ ଏ ପବିତ୍ର ଅବଧି

ଦାନବ ଉପରେ ଦେବତାଙ୍କ ଜୟ

ବାର୍ତ୍ତା ନେଇ ଆସେ ଏ ପାର୍ବଣ ତିଥି।

 

ବୋମିଖାଲ ଠାରୁ ବରମୁଣ୍ଡା ଯାଏଁ

ସାଜ ସଜ୍ଜାରେ ଦୁଲୁକେ ରେ ପୁର-ନଗର

ସହିଦ ନଗର ର ଚାନ୍ଦୀ ମେଢ଼ ଲାଗି

ଉଚ୍ଛନ୍ନ ହୃଦୟ ପ୍ରାୟ ସଭିଙ୍କର।

 

ମନେ ପଡ଼େ ସେଇ ପିଲା ଦିନ କଥା

ଦଶହରା ଛୁଟି, ଭାଇ ଭଉଣୀଙ୍କ ଖଟି

କାହିଁ କେତେ ଦୁରୁ କକା ଖୁଡ଼ି ସବୁ

ଚାଲି ଆସନ୍ତି ଯେ ନିଜ ନିଜ ଘର।

 

ଦଶମୀ ତିଥି ର ଅଭୁଲା ସ୍ମୃତି ଟେ,

ଘର ଚାରି କୋଣ ଖିରି ବାସନାରେ ମହକେ

ନୂଆ ଜାମା ପିନ୍ଧି ବାପା ଙ୍କ ସାଙ୍ଗରେ

ପହଞ୍ଚି ଥାଉ ଦେଖି କିଭଳି ରାବଣ ଦହକେ।

The honks and the traffic are fading from sight,

We are going to a place where everything feels right.

In her feet, the pace is so slow

With the beat of dhol and rings of bells, our spirits starts to glow.

 

In the pandal, we reveled through days and nights

In the center, maa is standing magnificently with colors so bright.

The aroma of incense sticks is making every corner divine

With each wafting whisper towards heaven, we incline.

 

The Goddess with tarakasi crown in Cuttack,

Covered in gold and silver is spreading prosperity and luck.

traditional dance in the courtyard, a mystical trance

mesmerizing performance in every graceful stance.

 

The aroma of spices and food is so tempting,

Feels like she is between us eating the offerings.

Endless fun and laughter with family and friends,

hoping the spirit of togetherness never ends.

 

On the arrival of Maa, the city became alive

With blessings from her, we joyfully survive

For ten days, she is gracing us with her radiant light,

In her divine embrace, all is so pure and right

The celebration is a treasure, a time of endless delight.

 

With the memories in the heavy heart,

The time came to part.

Durga Maa's magic in our souls, will forever stay

As we are bidding farewell to the Goddess,saying we'll meet her again one day. 

ବଉଦ ଫେରିଗଲେଣି | ଚନ୍ଦ୍ରଉଦିଆରେ କୁଆଁତାରା ମିଞ୍ଜି ମିଞ୍ଜି ହୋଇ ହସୁଛି | ଋତୁଚକ୍ରକୁ ତାଳଦେଇ ଶରତ ଧରାବତରିତ ଏବଂ ଇତିମଧ୍ୟରେ ହୁଏ ପାର୍ବଣର ସଙ୍ଗମ | କୁଆଁରୀ ଦେହ ଲାଜରେ ଥରିଯାଉଛି କାହିଁକି ନା ମାଆ ଆସିବ ବୋଲି ସଜ ହେଉଛି | ନୀଳ ଆକାଶରେ ତୋଫା ବାଦଲର ଛିଟା ତଥା ଦିଗନ୍ତରେ ବଉଦ କାଶତଣ୍ଡୀର କୋଳାହଳ ମଧ୍ୟରେ ଭାସିଆସଇ ଶରତ ଏବଂ ପାର୍ବଣର ପବିତ୍ର ସମାଗମରେ ଧରାବତରଣ କରନ୍ତି ମାଆ ଆଦିଶକ୍ତି, ଦୁର୍ଗତିନାଶିନୀ ଦୁର୍ଗା |

ଉତ୍କଳର ଆବଳ-ବୃଦ୍ଧ-ବନିତାଙ୍କୁ ଜ୍ଞାତ, ଆମ ରାଇଜରେ "ବାରମାସରେ ତେର ଯାତ" | ଧର୍ମ, ପୁରାଣ ଅନୁସାରେ ଉତ୍କଳୀୟମାନେ ନାନା ପର୍ବପର୍ବାଣୀ ପାଳନ କରି ଆମ ସଂସ୍କୃତିର ଆବାହନ ତଥା ଆମୋଦ ପ୍ରମୋଦର ଆୟୋଜନ କରିଥାନ୍ତି | ଆଶ୍ୱିନ ମାସର ଶୁକ୍ଳପକ୍ଷରେ ଓଡ଼ିଶା ସମଗ୍ର ଭାରତବର୍ଷରେ ପାଳିତ ହୁଏ ଦଶଦିନ ବ୍ୟାପି ଦଶହରା ପର୍ବ | ଏହା ଏକ ପ୍ରସିଦ୍ଧ ହିନ୍ଦୁପର୍ବ ଯାହା ମାଆ ଦୁର୍ଗାଙ୍କୁ ସମର୍ପିତ | ନବଦିନରେ ମାଆଙ୍କର ନବସ୍ୱରୂପର ପୂଜାର୍ଚ୍ଚନା ପରେ ଦଶମୀ ଦିନକୁ ବିଜୟାଦଶମୀ ଭାବେ ପାଳନ କରାଯାଏ | କଥାରେ ଅଛି, ଏହିଦିନ ମାଆ ଦୁର୍ଗାଙ୍କର ବରଦାନରେ ତ୍ରେତାଯୁଗରେ ରଘୁକୁଳତିଲକ ଶ୍ରୀରାମଚନ୍ଦ୍ର ଲଙ୍କେଶ ରାବଣକୁ ସମରରେ ପରାସ୍ତ କରିଥିଲେ | ଏହାଛଡ଼ା ମାଆ ଆଦ୍ୟାଶକ୍ତି ଏହିଦିନ ମହିଷାସୁରବଧ କରିଥିଲେ | ଏତଦ୍ଭାବେ ଏହା ବିଜୟାଦଶମୀ ଭାବେ ପରିଚିତ | ଏହି ପର୍ବରେ ମାତୃଶକ୍ତିର ଆରାଧନା କରାଯାଏ |
ଚୌର୍ଯ୍ୟ, ହିଂସା, ପରଦାରଗମନ, ବାକ୍ୟବାଣ ପ୍ରୟୋଗ, ମିଥ୍ୟାବାଦିତା, ଲୋଭ ଅପହରଣ, କପଟାଚରଣ, ପ୍ରଳାପ, ଅନ୍ୟର ଅନିଷ୍ଟ ଚିନ୍ତା, ମିଥ୍ୟା ବିଷୟକ ଚିନ୍ତା ପରି ଦଶ ଦୋଷରୁ ମୁକ୍ତି ଦେଉଥିବାରୁ ଏହି ପର୍ବକୁଦଶହରା” ବୋଲି ନାମିତ କରାଯାଇଛି |

ଓଡ଼ିଶାରେ ଦଶହରାର ଠିକ୍ ପୂର୍ବରୁ ଥାଏ ମହାଳୟା(ପିତୃପକ୍ଷ) | ସେଥିରେ ନାନା ବ୍ୟଞ୍ଜନାଦି ବାଢ଼ି ପିତୃପୁରୁଷଙ୍କ ଅମର ଆତ୍ମାର ସଦ୍ ଗତି ପ୍ରାର୍ଥନା କରାଯାଏ | ତାପରେ ଆସେ, ଦୁର୍ଗାପୂଜା ତଥା ଦଶହରା | ପକ୍ଷରେ ନଅଦିନ ଧରି ଓଡ଼ିଶାର ବିଭିନ୍ନ ଶକ୍ତିପୀଠ ମାତାଙ୍କ ମନ୍ଦିର ଯଥା କଟକରେ ମାଆ କଟକଚଣ୍ଡି, କେନ୍ଦୁଝରରେ ତାରିଣୀ, ଯାଜପୁରରେ ମାଆ ବିରଜା, ଝଙ୍କଡରେ ମାଆ ଶାରଳା, ବାଙ୍କିରେ ମାଆ ଚର୍ଚ୍ଚିକା, କାକଟପୁରରେ ମାଆ ମଙ୍ଗଳା, ସମ୍ବଲପୁରେ ମାଆ ସମଲେଇ, ଅନୁଗୋଳରେ ମାଆ ବୁଢୀ ଠାକୁରଣୀ ଆଦିରେ ମାତାଙ୍କର ନବବେଶ ଶୃଙ୍ଗାର ହୁଏ | ନବରାତ୍ର ମଧ୍ୟରେ ସ୍ଥାନବିଶେଷରେ କନ୍ୟାପୂଜା ମଧ୍ୟ କରାଯାଏ |

ଉତ୍କଳ ପ୍ରସିଦ୍ଧ ଦଶହରା କହିଲେ କାହିଁକି କେଜାଣି କଟକ ସହରର କଥା ଭାରି ଜୋର ମନେ ପଡେ | ସୁନା, ରୂପା, ଜରି, ତାରକସିର କାମ ତଥା ମୃଣ୍ମୟ ଦିବ୍ୟ ମନୋହର ଦୁର୍ଗାମେଢ଼ | ସତେ ଅବା ଶିଳ୍ପୀଟିଏ ମାଟି ଦେହରେ ଜୀବନ ଭରିଦିଏ, ମାଆଙ୍କୁ ଆଣିଦିଏ ଧରାଧାମକୁ | କେବଳ କଟକ କାହିଁକି, ଓଡ଼ିଶାର ଅନ୍ୟାନ୍ୟ ନଗର, ପୁରପଲ୍ଲୀରେ ମଧ୍ୟ ଦୁର୍ଗାପୂଜା ଖୁବ୍ ଆଡ଼ମ୍ବରରେ ଆୟୋଜିତ ହୁଏ | ନୂଆନୂଆ ଜ୍ଞାନକୌଶଳରେ ମେଢ଼ସଜା ହୁଏ; ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଓଡ଼ିଆ ହିନ୍ଦୁଭାଇମାନଙ୍କ ସହ ମୁସଲମାନ ଭାଇମାନେ ମଧ୍ୟ ବିନା କୌଣସି ଭେଦଭାବରେ, ଭାଇଚାରା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ମାନସରେ ମେଢ଼ସଜାରେ ଯୋଗଦିଅନ୍ତି | ପିଲା ଠାରୁ ବୁଢ଼ାଯାଏଁ ଭକ୍ତି ତଥା ଉଲ୍ଲାସ ଭାବରେ ଆହ୍ଲାଦିତ ହୋଇଯାଆନ୍ତି | ପିଠାପଣାର ମହକରେ ପ୍ରତି ଘର, ଦାଣ୍ଡ ଦୁଆର ବାସିଯାଉଥାଏ | ଉତ୍କଳବାସୀ ନିଜ ନିଜ ପ୍ରିୟଜନଙ୍କୁ ଉପହାରସ୍ୱରୂପଦଶହରା-ଭେଟି’ ଦିଅନ୍ତି | ଘରଅଗଣାରେ ବୁଢ଼ାବୁଢ଼ିମାନେ ସପ୍ତାହେ ଆଗରୁ ବିଦେଶରେ ଥିବା ପୁଅନାତିମାନଙ୍କର ବାଟ ଚାହିଁ ବସିଥାନ୍ତି | ସମସ୍ତଙ୍କ ସମାଗମରେ, ନୂତନ ବସ୍ତ୍ର ପରିଧାନରେ, ଉତ୍ସବ-ମୁଖର ଥାଏ ପଲ୍ଲୀ ପରିବେଶ ଶରତ୍ ପ୍ରକୃତି | କାଶତଣ୍ଡୀର ଗହଳି ମଧ୍ୟରେ କୁଆଁରୀମାନେ ଅଳତା ନାଇଁ ଫଟୋଚିତ୍ର ଉତ୍ତୋଳନ ତଥା ବାଳକମାନେ ନାନାଦି ଖେଳ ଖେଳିଥାନ୍ତି | ଗାଁ ଗାଁରେ ମେଳା, ଦୋଳି, ଯାତ୍ରା, କଣ୍ଢେଇ, ଠୁଙ୍କାପୁରି, ମଥୁରା କେକ୍, ଦହିବରା, ଚାଟ୍ ଷ୍ଟଲ୍ କ୍ରୟୋପାଯୋଗୀ ଆସବାବପତ୍ରର ମେଳି | କେତେକ ଲୋକ ନବଦିନ ବ୍ୟାପି ଉପବାସ କରି ନବରାତ୍ର ମନାନ୍ତି | କୌଳିକ-ବୃତ୍ତିଧାରୀ ବ୍ୟକ୍ତିମାନେ ନିଜର କୁଳବ୍ୟବସାୟର ବିଭିନ୍ନ ଯନ୍ତ୍ରପାତି ନେଇ ଦେବୀଙ୍କ ନିକଟରେ ସ୍ଥାପନା ତଥା ପୂଜା କରନ୍ତି; ଏହାକୁ ସ୍ଥାନୀୟ ଭାଷାରେ ସଜ ବସାଇବା ବୋଲି କୁହାଯାଏ | ନବବିବାହିତାମାନେ ଲାଲ୍ ଟୁକୁଟୁକୁ ସାଧବ ବୋହୁ ବେଶରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ଥାଆନ୍ତି ପୁରୁଷ ବ୍ୟକ୍ତିମାନେ ବ୍ୟବସାୟ ବାହାର କାର୍ଯ୍ୟରେ ଲିପ୍ତ ରହନ୍ତି | ଦିନ କେମିତି କଟିଯାଏ ଜଣା ପଡେନା | ଭାଇଭଉଣୀଙ୍କର ଦଶହରା ଛୁଟି ମେଳ, ରାତିରେ ଅଗଣା କିମ୍ବା ଛାତ ଉପରେ ବିଛଣା ପାରି ସାରା ପରିବାରର ଶୋଇବା ପାଇଁ ଭିଡ଼; କେବଳ ଗାଁ ହିଁ ନାହିଁ ସହରରେ ମଧ୍ୟ ସେହି ଅବସ୍ଥା, କିନ୍ତୁ ଟିକିଏ ଢାଞ୍ଚା ଅଲଗା | ଏଇ ଭିତରେ ପହଞ୍ଚିଯାଏ ଦଶମୀ | ଦଶମୀରେ ହୁଏ ରାବଣପୋଡ଼ି; ଆତସବାଜିରେ କମ୍ପିଉଠେ ସାରା ଗାଁ, ସହର ନଗର ପରିବେଶ | ରାବଣର ମିଛ ପୁତ୍ତଳିକା ଦାହ କରି ଲୋକେ ଅଧର୍ମ ଉପରେ ଧର୍ମର ଜୟଗାଥାର ତଥା ଜଗତ୍ଜନନୀଙ୍କର ଆଶୀର୍ବାଦର କରନ୍ତି ପୁନରାବଲୋକନ | ତଦ୍ ପରେ ମାତାଙ୍କ ମୂର୍ତ୍ତି ଜଳାଶୟରେ ଅତି ଆଡ଼ମ୍ବରରେ ନୀତ କରାଯାଏ

ଉତ୍କଳୀୟ ସଂସ୍କୃତି ଅନୁଯାୟୀ ମାଆ ଦୁର୍ଗାଙ୍କର ମୂର୍ତ୍ତି ଚତୁର୍ଭୁଜା, ଷଡ଼ଭୁଜା, ଅଷ୍ଟଭୁଜା ବା ଷୋଡ଼ଶଭୁଜା ହୋଇଥାଏ | ଅଧୁନା ମାଆ ଦୁର୍ଗାଙ୍କର ମୃତ୍ତିକା ନିର୍ମିତ ଦଶଭୁଜା ମୂର୍ତ୍ତି ଅଧିକାଂଶ ସ୍ଥାନରେ ପୂଜିତ ହେଉଛନ୍ତି ଯାହା ଓଡ଼ିଆର ବିଶିଷ୍ଟ ଲେଖକ ସ୍ବର୍ଗତ ଚକ୍ରଧର ମହପାତ୍ରଙ୍କ ମତରେ ବଙ୍ଗୀୟ ପରମ୍ପରା ଅଟେ୧୮୭୬ ମସିହାରେ, ଠାକୁର ରାଜା ୩ୟ ଦିବ୍ୟସିଂହ ଦେବଙ୍କ ଅମଳରେ ଶେଷଥର ପାଇଁ ଉତ୍କଳୀୟ ଢାଞ୍ଚାରେ ଦଶହରା ଜୈତ୍ରଯାତ୍ରା(ପାଇକ ଯାତ୍ରା) ହୋଇଥିଲା | ଏହି ଉତ୍ସବରେ ଜଣେ ଫିରିଙ୍ଗି ଅଫିସରଙ୍କ ଚକ୍ଷୁଶୂଳ ଏବଂ ଜଣେ ସାଧୁଙ୍କର ହତ୍ୟାଭଳି ଉତ୍ତେଜିତ ଘଟନା ଯୋଗୁଁ  ରାଜଗୁରୁଙ୍କୁ ଦଣ୍ଡ ଉତ୍କଳୀୟ ଦଶହରା ରଦ୍ଦ କରାଗଲା | କାଳକ୍ରମେ ବଙ୍ଗୀୟ ଦଶହରା ଓଡ଼ିଶାରେ ପ୍ରଚଳିତ ମାନ୍ୟତା ପ୍ରାପ୍ତ ହେଲା |

ଚଳିତ ପାର୍ବଣରେ ମାଆଙ୍କ ଆଶୀର୍ବାଦ ସହିତ ଉତ୍କଳୀୟ ସଂସ୍କୃତି ତଥା ସ୍ୱାତନ୍ତ୍ରର ସଠିକ୍ ରୂପରେ ପୁନରୁଦ୍ଧାର କରିବା ଲାଗି ଓଡ଼ିଶାବାସୀଙ୍କର ଉଦ୍ୟମ ହେଉ | ଓଡ଼ିଆ ପ୍ରବାସୀ ଓଡ଼ିଆମାନେ ନିଜ ପରମ୍ପରାର ଗଭୀରତାକୁ ବୁଝି, ଅନୁଧ୍ୟାନ କରି ଏହାର ମର୍ଯ୍ୟାଦା ବଞ୍ଚାଇ ରଖିବା ଏକାନ୍ତ କାମ୍ୟ |

ଶୁଭ ବିଜୟାଦଶମୀ |
ଜ୍ୟୋତିର୍ମୟୀ ବାରିକ•Jyotirmayee Barik
Jbjyotsm 🌸
BSc (Hons) CS, 3rd year, IPCW, Delhi University